ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା I ଆସନ୍ତାକାଲି ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ସହ କ୍ରମଶଃ ବାତ୍ୟାରେ ପରିଣତ ହେବ I ସମ୍ଭାବ୍ୟ ବାତ୍ୟା ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ I
ଲଘୁଚାପ ଅବପାତରେ ପରିଣତ ହେବା ପରେ ଉତ୍ତର – ପଶ୍ଚିମ – ଉତ୍ତର ଦିଗକୁ ଗତି କରିବ I ଆସନ୍ତା 8 ତାରିଖରେ ବାତ୍ୟା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି I
ତେବେ ବାତ୍ୟାର ସିଧାସଳଖ ପ୍ରଭାବ ଓଡିଶା ଉପରେ ଅନୁଭୂତ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କହିଛି I