ଶେଷରେ ବିକ୍ରି ହୋଇଗଲା ଏୟାର ଇଣ୍ଡିଆ ।

ନିଲାମୀ ପ୍ରକ୍ରିୟାରେ 18 ହଜାର କୋଟି ଟଙ୍କାରେ ଟାଟା ସନ୍ସ କିଣିନେଲା ଏୟାର ଇଣ୍ଡିଆକୁ । 68 ବର୍ଷ ପରେ ଏୟାର ଇଣ୍ଡିଆର ମାଲିକାନା ପୁଣି ଟାଟା ହାତକୁ ଫେରିଛି । 1932 ରେ ଏୟାର ଇଣ୍ଡିଆର ଜନ୍ମ ଟାଟା ଏୟାର ସର୍ଭିସ ନାଁରେ ଆରମ୍ଭ ହୋଇଥିଲା । ଜେଆରଡି ଟାଟା ଏହାର ପ୍ରତିଷ୍ଠାତା ଥିଲେ । 1953ରେ କେନ୍ଦ୍ର ସରକାର ଏହାର ଜାତୀୟକରଣ କରି ଏୟାର ଇଣ୍ଡିଆ ନାଁ ରଖିଥିଲେ । 1997 ପର୍ଯ୍ୟନ୍ତ ଜେଆରଡି ଟାଟା ଏହାର ଅଦ୍ୟକ୍ଷ ମଧ୍ୟ ରହିଥିଲେ ।

ଅଗଷ୍ଟ 31 2021 ସୁଦ୍ଧା ଏୟାର ଇଣ୍ଡିଆର ଋଣବୋଝ ପରିମାଣ ହେଉଛି 61 ହଜାର 562 କୋଟି ଟଙ୍କା ।

ବର୍ଷକ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର କୌଣସି କର୍ମଚାରୀଙ୍କୁ ଛଟେଇ ନ କରିବାକୁ ସର୍ତ୍ତ ରଖାଯାଇଛି । ତେବେ ବର୍ଷକ ପରେ କଂପାନୀ ଭିଆରଏସ ମାଧ୍ୟମରେ କର୍ମଚାରୀ କାଢି ପାରିବେ । ବର୍ତ୍ତମାନ ଏୟାର ଇଣ୍ଡିଆରେ 12 ହଜାର 85 କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ 4 ହଜାର କର୍ମଚାରୀ ହେଉଛନ୍ତି ଚୁକ୍ତିଭିତ୍ତିକ ।

LEAVE A REPLY

Please enter your comment!
Please enter your name here