ଆସନ୍ତାକାଲି ଓଡିଶା ବନ୍ଦ ସଂପର୍କରେ ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । କୌଣସି ଦଳ କି ସଂଗଠନ ବନ୍ଦ ପାଳନ କରିପାରିବେ ନାହିଁ । ଜୋର ଜବରଦସ୍ତ ବନ୍ଦ ପାଳନ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି ।

ବନ୍ଦକୁ ନେଇ ଆଜି ବ୍ୟବସାୟୀ ନରେଶ କୁମାର ମିଶ୍ର ହାଇକୋର୍ଟରେ ଆବେଦନ କରିଥିଲେ । ଦିନ ଗୋଟାଏ ବେଳେ ପିଟିସନ ଫାଇଲ୍ ହେଲା ଏବଂ ମାମଲାକୁ ଗୁରୁତ୍ବ ଦେଇ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟ ସରକାର, ପୋଲିସ ଡିଜିପି ଏବଂ ପିସିସ ସଭାପତିଙ୍କୁ ନୋଟିସ ଜାରି କଲେ । ଅପରାହ୍ନ ଚାରିଟାରେ ସମସ୍ତେ ଭର୍ଚୁଆଲରେ ଉପସ୍ଥିତ ରହିବାକୁ କୁହାଗଲା । ଅପରାହ୍ନ ଚାରିଟା ସୁଦ୍ଧା ହାଇକୋର୍ଟ ରାୟ ଦେଲେ । ବନ୍ଦ ପାଳନ ବେଆଇନ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଦେଇସାରିଥିବାରୁ ଏହାକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୋକାନବଜାର, ରେଳ, ବସକୁ କେହି ବନ୍ଦ କରିପାରିବେ ନାହିଁ । ସାଧାରଣ ଜନଜୀବନକୁ ପ୍ରଭାବିତ କରିବା ଭଳି ଜୋରଜବରଦସ୍ତ କେହି କାହାକୁ ବାଧା ଦେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ବାଳ ମଧ୍ୟ ହାଇକୋର୍ଟଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି, ବନ୍ଦ ଡାକରା ଦିଆଯାଇଛି ଏବଂ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here