ପ୍ରବଳ ବର୍ଷାରେ ଚେନ୍ନାଇ ଉବୁଟୁବୁ । କେବଳ ଚେନ୍ନାଇ ନୁହେଁ, ତାମିଲନାଡୁର ସାତଟି ଜିଲ୍ଲାର ଅଧିକାଁଶ ଅଞ୍ଚଳ ଜଳାର୍ଣ୍ଣବ । ପ୍ରବଳ ବର୍ଷା ହେବା ଯୋଗୁ ଚେନ୍ନାଇ ସହର ପାଣିରେ ବୁଡି ରହିଛି । ଫଳରେ ସଂଧ୍ୟା 6ଟା ଯାଏଁ ଚେନ୍ନାଇକୁ ବିମାନ ସେବା ବାତିଲ କରିଦିଆଯାଇଛି । ଏପର୍ଯ୍ୟନ୍ତ ବର୍ଷା ବିତ୍ପାତ ରେ 14 ଜମଙ୍କ ପ୍ରାଣହାନୀ ହୋଇସାରିଲାଣି ।

ଅକ୍ଟୋବର 1 ରୁ ନଭେମ୍ବର 11 ତାରିଖ ଭିତରେ ତାମିଲନାଡୁରେ 56 ପ୍ରତିଶତରୁ ଅଧିକ ବର୍ଷା ହୋଇସାରିଲାଣି । ଫଳରେ ଗତ ପାଞ୍ଚଦିନ ଧରି ଚେନ୍ନାଇ ସହର ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିଛି । ରାସ୍ତାକୁ ବାହାରିବା ସମ୍ଭ ହୋଇପାରୁନି । ଲୋକେ ଘରେ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଅନେକ ହସପିଟାଲରେ ପାଣି ପଶିଯାଇଥିବା ଯୋଗୁ ରୋଗୀ ସେବା ବନ୍ଦ କରିଦିଆଯାଇଛି । ମାଡ୍ରାସ ହାଇକୋର୍ଟ ପରିସର ଜଳାର୍ଣ୍ଣବ ହୋଇଯାଇଥିବାରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା 13 ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଚେନ୍ନାଇରେ ପୁଣି ବର୍ଷା ଆଶଙ୍କା ବଡି ଯାଇଛି ।

LEAVE A REPLY

Please enter your comment!
Please enter your name here