ଶେଷରେ ଓଡିଆ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରାକୁ ବନ୍ଦ ରହିଛନ୍ତି । ଆସନ୍ତା 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଥିଲା । ତେବେ ଅଦିନିଆ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଭଳି ରଥଯାତ୍ରା ଓଡିଆ ଭାବାବେଗ ପ୍ରତି ଶକ୍ତ ଧକ୍କା ବୋଲି କହିଥିଲେ । ଏପରିକି ଗଜପତି ମହାରାଜ ମଧ୍ୟ ଇସ୍କନ କର୍ତ୍ତୃପକ୍ଷଙ୍କ ଚିଠି ଲେଖି ଏଭଲି ନିଷ୍ପତ୍ତିରୁ ନିବୃତ୍ତ ରହିବାକୁ ଅୁରୋଧ କରିଥିଲେ । ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ଇସ୍କନ କର୍ତ୍ତୃପକ୍ଷଙ୍କ ନିଷ୍ଟତ୍ତିକୁ ବିରୋଧ କରିଥିଲେ । ବିଶେଷକରି ଗଜପତି ମହାରାଜଙ୍କ ଅନୁରୋଧ ପରେ ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।