ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ୍ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନ ଦେଇ ପଳେଇବା ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇଛି କେନ୍ଦ୍ର । ପ୍ରଧାନମନ୍ତ୍ରୀଙ୍କ ଅଫିସ କହିବା କଥା, ମମତା ପ୍ରଧାନମନ୍ତ୍ରୀଙ୍କୁ ଅଧଘଣ୍ଟାଏ ଅପେକ୍ଷା କରାଇଲେ । ଅଧଘଣ୍ଟାଏ ବିଳମ୍ବରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରିବା ବାହାନାରେ ଖସି ପଳାଇଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଦେଇଥିବା ଅପମାନର ଜବାବ କେମିତି ଦେବେ ପ୍ରଧାନମନ୍ତ୍ରୀଙ୍କ ଅଫିସ, ସେଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବଙ୍କୁ ଦିଲ୍ଲୀ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ବଦଳି ନିର୍ଦ୍ଦେଶନାମା ମମତାଙ୍କୁ ଆହୁରି ରଗେଇ ଦେଇଛି । ମମତା ସଫେଇ ଦେଇଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଅପେକ୍ଷା କରେଇନାହାନ୍ତି, ବରଂ ସେମାନେ ମତେ 20 ମିନିଟ ଅପେକ୍ଷା କରାଇଲେ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକର ନିର୍ଦ୍ଧାରିତ ସମୟର କୋଡିଏ ମିନିଟ ପୂର୍ବରୁ ମୋଦି ପହଞ୍ଚି ଯାଇଥିଲେ । ଏବଂ ସେ ପହଞ୍ଚିବା ବଳକୁ ବୈଠକ ଆରମ୍ଭ ହୋଇସାରିଥିଲା ଏବଂ ବାହାରେ ଅପେକ୍ଷା କରିବାକୁ କୁହାଗଲା । କିଛି ସମୟ ଅପେକ୍ଷା କରି ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳକୁ ତାଙ୍କ ପାଖରେ ରାଜ୍ୟପାଳ ଉପସ୍ଥିତ, ବିରୋଧୀ ଦଳ ବିଧାୟକ ପ୍ରମୁଖ ଥିଲେ । ତେଣୁ ସେ ତାଙ୍କର ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦେଇ ଏବଂ ପିଏମଙ୍କ ଅନୁମତି ନେଇ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାଲି ଯାଇଥିଲେ । ଏହି ଘଟଣାକୁ ନେଇ ପିଏମଓ ମିଡିଆୁ ବିଭ୍ରାନ୍ତ କରୁଛି । ମତେ ଆପଣ ଆଉ ଅପମାନିତ କରନ୍ତୁ ନାହିଁ, ଯଦି କହିବେ ମୁଁ ପଶ୍ଚିମବଙ୍ଗର ସ୍ବାର୍ଥ ରକ୍ଷା ପାଇଁ ଆପଣଙ୍କ ଗୋଡ ଧରିବାକୁ ବି ପ୍ରସ୍ତୁତ ଅଛି ବୋଲି ମମତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here