ବନ୍ଧୁ ପାଇଁ ହୃଦୟରେ ଜାଗା କେଉଁଠି ? ବନ୍ଧୁତ୍ୱ ଏମିତି ଏକ ଜିନିଷ ଯାହା ଭାଗ୍ୟରେ ଥିଲେ ମିଳେ । ବନ୍ଧୁ ବିନା ଜୀବନ ମରୁଭୂମିର ଚରାବାଲି ସଦୃଶ୍ୟ । ବାପା ସବୁ ଅଭାବ ପୂରଣ କରି ଭଲ ଉପଦେଶ ଦିଅନ୍ତି । ସବୁ ବିପଦ ଆପଦରେ ନିଜ ପଣତ କାନୀରେ ଘୋଡେଇ ରଖେ ମା । ଗୁରୁ ଗ୍ୟାନ ଦିଅନ୍ତି । ସ୍ୱାମୀ,ସ୍ତ୍ରୀ ସୁଖ ଦୁଖର ସାଥି ହୋଇ ରୁହନ୍ତି । ହେଲେ ବନ୍ଧୁ ଜୀବନର ପ୍ରତି ମୂହୁର୍ତରେ ବନ୍ଧୁର ପାଖାପାଖି ଥାଏ । ଏହି ମୋହମାୟାର ଦୁନିଆରେ ସମସ୍ତେ ହାତ ଛାଡିଦେଲେ ବି, ଜଣେହିଁ ସେତେବେଳେ ଆପଣେଇ ନେବାର ହାତ ବଢାଏ । ସେ ହେଉଛି ବନ୍ଧୁ । କିଛି କିଛି ସମୟରେ ଲାଗେ ବନ୍ଧୁହିଁତ ବଂଚିବାର ସାହାରା । ସାଙ୍ଗ ବିନା ଜୀବନର ସବୁ ନେଟୱାର୍କ ଫେଲ ।