ମା’ କେବଳ ଏକ ଶଦ୍ଦ କି ସମ୍ବୋଧନ ନୁହେଁ । ସେତ ଜନନୀ , ଯିଏ ଶୀକ୍ଷା ଦିଏ , ଜୀବନ ଯୁଦ୍ଧରେ ବିଜୟୀ ହୋଇ ଫେରିବାର ମନ୍ତ୍ର ଦିଏ । ଆଉ ସେ ପୁଣି ଶିକ୍ଷାଇଥାଏ ଶିଷ୍ଟାଚାର, ସଭ୍ୟ ଏବଂ ମଣିଷ ହୋଇ ମଣିଷ ଭଳି ବଞ୍ଚିବାର କୌଶଳ । ମମତା ମଇ ମାର କାହାଣୀ ଯେତେ ଲେଖିଲେ ବି ସରିବନି । କି ଯେତେ ବର୍ଣ୍ଣନା କଲେ କମ ହୋଇଯିବ । ମା ଯେ, କେବଳ ତାର ପଣତ କାନିରେ କେବଳ ସନ୍ତାନ ଦେହରୁ ଧୂଳି ଛାଡିଥାଏ ତା ନୁହେଁ । ସେ ସଭିଁଙ୍କର ଦୁଃଖ ବୁଝିଥାଏ । ସମସ୍ତଙ୍କୁ ତା ପଣତକାନିରେ ଘୋଡାଇ ରଖିଥାଏ । ସେଥିପାଇଁ ତ ସେ ଆମ ମା’ । ଆଜିର ଦିନଟି ସବୁ ସନ୍ତାନଙ୍କ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ । ଅନେକ ସୋସିଆଲ ମିଡିଆରେ ମା’ଙ୍କ ଫଟୋ ପୋଷ୍ଟ କରି ଶୁଭେଚ୍ଛାର ବାର୍ତ୍ତା ଦେଉଛନ୍ତି । ତ କିଏ ଭାବ ବିହ୍ୱଳ ହୋଇ ଅନେକ କବିତା ପୋଷ୍ଟ କରୁଛନ୍ତି । ଗୁୁଗୁଲ ମଧ୍ୟ ତାର ଡୁଡୁଲରେ ବିଶ୍ୱ ମାତୃ ଦିବସରେ ଶୁଭଚ୍ଛା ଜଣାଇଛି ।

LEAVE A REPLY

Please enter your comment!
Please enter your name here