ଚଳିତବର୍ଷ ବନ୍ୟା ଏବଂ ବର୍ଷାରେ ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ୧୦ଟି ଜିଲ୍ଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଜଗତସିଂହପୁର, କେନ୍ଦ୍ରାପଡା ଏବଂ ପୁରୀରେ ସର୍ବାଧିକ ଚାଷ ଜମୀ କ୍ଷତିଗ୍ରସ୍ତ ହୋଇଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଗତକାଲି ଚାଷୀଙ୍କ କ୍ଷୟକ୍ଷତି ନେଇ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା କରିଥିଲେ । ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ହୋଇଥିଲା । ବିଶେଷକରି ମହାନଦୀ ଅବବାହିକାରେ ପ୍ରବଳ କ୍ଷତି ହୋଇଛି । ସୋନପୁର, ବୌଦ୍ଧ ଠାରୁ ଆରମ୍ଭ କରି ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର ପରି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ଉତ୍ତର ଓଡିଶାର ବାଲେଶ୍ୱର ଭଦ୍ରକ, ଯାଜପୁର, ସୁବର୍ଣ୍ଣରେଖା, ବୈତରଣୀ, ବୁଢାବଳଙ୍ଗ ବନ୍ୟାରେ ପ୍ରଭାବିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here