ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲା । ବର୍ଷା ଶାଶୂଘର ଛାଡିବାକୁ ଏସଡିଜେଏମ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ । ପୂର୍ବରୁ ଏସଡିଜେଏମ ଅନୁଭବଙ୍କ ପିଟିସନ ଉପରେ ବର୍ଷା ଶାଶୂ ଘର ଛାଡିବା ପାଇଁ ଦେଇଥିବା ରାୟକୁ ଜିଲ୍ଲା ଜଜ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ମାମଲାର ଶୁଣାଣି କରି ଜିଲ୍ଲା ଜଜ୍ କୋର୍ଟ ଏହି ମାମଲାରେ ସ୍ଥଗିତାଦେଶ ଦେଇଛନ୍ତି । ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେବା ପାଇଁ ପୂର୍ବରୁ ଅନୁଭବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟର ରାୟକୁ ସମ୍ମାନ ଜଣାଇ ମାସକ ମଧ୍ୟରେ ଶାଶୂଘର ଛାଡିବାକୁ ବର୍ଷା କୋର୍ଟକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here