ମୃତ୍ୟୁ କେଉଁଠି କେମିତି ଆସେ ତାହା କେହି ବି କଳ୍ପନା କରିନଥାନ୍ତି । କୋଲକାତାର ଏକ ଲାଇଭ୍ ମ୍ୟୁଜିକ କନସର୍ଟରେ ହମ ରହେଁ ୟା ନା ରହେଁ କଲ ୟାଦ ଆଏଁଗେ ୟେ ପଲ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରୁଥିଲେ । ହେଲେ ହଠାତ ବେହୋସ ହୋଇଗଲେ । କେ.କେଙ୍କୁ ମେଡିକାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦର୍ଶକଙ୍କୁ ବିଭୋର କରିଥିବା କେ କେ ସବୁଦିନ ପାଇଁ ନେଇଯାଇଛନ୍ତି ବିଦାୟ। ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ୨ ହଜାରରୁ ଅଧିକ ହିନ୍ଦୀ ଗୀତ ଗାଇଛନ୍ତି।
ଦୁଇଦିନ ପାଇଁ କୋଲକାତା ଆସିଥିଲେ କେ.କେ । ବିବେକାନନ୍ଦ କଲେଜରେ କେ.କେଙ୍କର ଦୁଇଦିନିଆ ଷ୍ଟେଜ୍ ପୋଗ୍ରାମ ଥିଲା । ସୋମବାର ଦର୍ଶକଙ୍କୁ ମତୁଆଲା କଲେ । ହେଲେ ମଙ୍ଗଳବାର ଶେଷଦିନ ପୋଗ୍ରାମରେ ସବୁଦିନ ପାଇଁ ଛାଡି ଚାଲିଗଲେ ।

ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମତେ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here