୯୬ ଘଣ୍ଟାର ରେସ୍କ୍ୟୁ ଅପରେସନ । ବହୁ କସରତ ପରେ ବି ବଞ୍ଚିପାରିଲା ନାହିଁ କୁନି ପୁଅ ତନ୍ମୟ । ଜୀବନ ଯୁଦ୍ଧରେ ହାରିଗଲା । ବୋରୱେଲ ତଳେ ଜୀବନ ମରଣ ସହିତ ସଂଘର୍ଷ ପରେ ଶେଷରେ ଆଖି ବୁଜିଛି ୮ ବର୍ଷର ତନ୍ମୟ ସାହୁ । ମଧ୍ୟପ୍ରଦେଶ ବେତୁଳ ଜିଲ୍ଲା ମାଣ୍ଡାଭିରେ ବୋରୱେଲରେ ଫସିଥିବା କୁନି ବାଳକର ମୃତଦେହ ଉଦ୍ଧାର ହୋଇଛି । ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିଛନ୍ତି । ସାଢେ ୪ ଦିନ ହେବ ତନ୍ମୟକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କସରତ ଚାଲିଥିଲା । ଦିନ ରାତି ଏକ କରି ରେସ୍କ୍ୟୁ ଅପରେସନ ଚଳାଇଥିଲେ ଏନଡିଆରଏଫ , ଅଗ୍ନିଶମବାହିନୀ ଟିମ୍ । ସମସ୍ତଙ୍କ ଅକ୍ଳାନ୍ତ ପରିଶ୍ରମ ଶେଷରେ ବିଫଳ ହୋଇଛି । ୫୦ ଫୁଟ ତଳେ ଫସିଥିଲେ ତନ୍ମୟ । ଗତ ୬ ତାରିଖରେ ଖେଳୁଥିବା ସମୟରେ ବୋରୱେଲ ଭିତରେ ଖସିପଡିଥିଲେ ତନ୍ମୟ ।
ପୂର୍ବରୁ ଛତିଶଗଡରେ ରାହୁଲକୁ ବୋରୱେଲ ତଳୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।