ଆଜି ଚାରିଆଡେ ଦେଖବାକୁ ମିଳିଛି ଭାରତ ବନ୍ଦର ପ୍ରଭାବ । ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ ସଂଘ । ତେବେ ରାଉରକେଲା ବିଶ୍ରା ଛକରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଆଉ ଏତିକିବେଳେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ଦ୍ରୁତ ଗତିରେ ଏକ ମାଛ ବୋଝେଇ ଭ୍ୟାନ ଯାଉଥିବାବେଳେ ଓଲଟି ପଡିବାରୁ ଜୀଅନ୍ତା ମାଛ ସବୁ ରାସ୍ତା ଉପରେ ବିଛାଡି ହୋଇ ପଡିଥିଲା । ରାସ୍ତାରେ ମାଛ ଗୁଡିକ ଛଟପଟ ହେଉଥିବାବେଳେ ମାଛ ନେବାକୁ ରାସ୍ତା ଉପରେ ରୁଣ୍ଡ ହୋଇଯାଇଥିଲେ ସ୍ଥାନୀୟ ଲୋକେ । କିଛି ଲୋକେ ମାଛ ନେବାକୁ ଉଦ୍ୟମ କରୁଥିବାବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ସେମାନଙ୍କୁ ନିବୃତ୍ତ କରିଥିଲେ । ପରେ ପୋଲିସର ସହାୟୟତାରେ ମାଛ ଓଲଟି ପଡିଥିବା ଭ୍ୟାନକୁ ଉଠାଯିବା ପରେ ମାଛ ସବୁକୁ ଗୋଟାଯାଇଥିଲା । ଏହି ମାଛ ବୋଝେଇ ଗାଡିଟି ରାଉରକେଲା ସେକ୍ଟର ଅଞ୍ଚଳରେ ଥିବା ମାଛ ବେପାରୀମାନଙ୍କ ପାଖକୁ ମାଛ ନେଇ ଯାଇଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।

LEAVE A REPLY

Please enter your comment!
Please enter your name here