ବିଧାନସଭାରେ ବିଜେଡିର ବିରୋଧୀ ଦଳ ରୂପ । ରାଜ୍ୟପାଳଙ୍କ ପୁଅ ରାଜଭବନର ଏଏସଓଙ୍କୁ ମାଡ ମାରିଥିବା ଘଟଣାରେ ସରକାର କାହିଁକି ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇ ଆଜି ବିଧାନସଭାରେ ବିରୋଧୀ ବିଜେଡି ବିଧାୟକମାନେ ହଙ୍ଗାମା କରିଛନ୍ତି । ସକାଳେ ଏହି ପ୍ରସଙ୍ଗକୁ ନେଇ ଗୃହ ଚଲାଇ ଦେଇ ନ ଥିବା ବିରୋଧୀ ଅପରାହ୍ନରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଗୃହକୁ ହୁଲସ୍ତୁଲ କରିଦେଇଥିଲେ । ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡିଅମ ଉପରକୁ ଉଠିଯାଇ ମାଇକ ଭାଙ୍ଗିଦେଇଥିଲେ । ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here