ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠୁଛି ପରଦା । କମିଶନରେଟ ପୋଲିସ ପାଞ୍ଚଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ବାରରେ ବିଲ୍ ପେମେଣ୍ଟ କରିବାକୁ ନେଇ ହୋଇଥିଲା ପାଟିତୁଣ୍ଡ । କିଏ ଦେବ ଟଙ୍କା । ତାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବାରରେ ପ୍ରାୟ ୩୦ରୁ ୪୦ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା ନଦେବାରୁ ମନୀଷଙ୍କ ଫୋନକୁ ବନ୍ଧକ ରଖିଥିଲେ ବାର୍ କର୍ତ୍ତୃପକ୍ଷ । ପରେ ମନୀଷଙ୍କ ବାପାଙ୍କୁ ଫୋନ କରି ସେ ଟଙ୍କା ମଗାଇ ପେମେଣ୍ଟ କରିଥିଲେ । ହୋଟେଲ ସାଉଥ ସିଟିରେ ସାଙ୍ଗମାନଙ୍କ ଭିତରେ ପାଟିତୁଣ୍ଡ ଓ ବଚସା ହେବା ପରେ ସେମାନେ ସେଠୁ ବାହାରି ଆସିଥିଲେ । ତେବେ ରାତିରେ ସେମାନେ କୁଆଡେ ଗଲେ, କଣ କରୁଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ହେଁ ରବିବାର ସକାଳୁ ସେମାନେ ଭୁବନେଶ୍ବରର ଆଉ ଏକ ହୋଟେଲରେ ଯାଇ ରହିଥିଲେ । ଗଣ୍ଡଗୋଳ ପରେ ଦିନେଶ ଓ ମୃତ୍ୟୁଞ୍ଜୟ ଭୁବନେଶ୍ବର ଛାଡି ଫୁଲବାଣୀ ପଳାଇଥିଲେ । ଗତକାଲି ଦୁଇସାଙ୍ଗ ଫୁଲବାଣୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମନୀଷ ଓ ସେମାନଙ୍କ ସାଙ୍ଗମାନଙ୍କ ଭିତରେ କଣ ପାଇଁ ପାଟିତୁଣ୍ଡ ହେଲା ଏବଂ ଶେଷରେ ପାତ୍ରପଡା ପୋଖରୀରୁ ମନୀଷଙ୍କ ମୃତଦେହ କେମିତି ଆସିଲା, ତାର ଖୋଳତାଡ କରୁଛି ପୋଲିସ । ଏହି ମାମଲାରେ ପୋଲିସ ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର, ମୃତ୍ୟୁଞ୍ଚୟ ମିଶ୍ର ଓ ହିମାଶୁଂ ବେହେରାଙ୍କ ସହ ପାଞ୍ଚ ଜଣଙ୍କୁ ଅଟକ ରଖି ମାରାଥନ ଜେରା କରୁଛି ।

LEAVE A REPLY

Please enter your comment!
Please enter your name here