ପଞ୍ଚାୟତ ନିର୍ବାଚନ ସରିଲା ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି । ୪୭ଟି ମ୍ୟୁନିସପାଲଟି , ୫୯ଟି ଏନଏସସି ଏବଂ ୩ଟି ମ୍ୟୁନିସିପାଲଟି କର୍ପୋରେସନରେ ଚଳିତ ଥର ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ ୨୬ରେ ଭୋଟ ଗଣତି । ୨୮ରେ ବିଗ୍ୟପ୍ତି ପ୍ରକାଶ ପାଇବ । ଏହାପରେ ମାର୍ଚ୍ଚ ୨ରୁ ୭ ତାରିଖ ଭିତରେ ନୋମିନେସନ କରିପାରିବେ ପ୍ରାର୍ଥୀମାନେ । ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ । ୧୪ ସୁଦ୍ଧା ପ୍ରତ୍ୟାହାର । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟୀ ମେୟର ନିର୍ବାଚନ । ୧୦୬ ମ୍ୟୁନିସିପାଲଟି , ୩ଟି ମହାନଗରରେ ହେବ ନିର୍ବାଚନ । ଅଦାଲତିି କାରଣ ପାଇଁ ପୁରୀ ମ୍ୟୁନିସିପାଲଟିରେ ନିର୍ବାଚନ ହେବନି । ଇଭିଏମରେ ହେବ ଭୋଟ ଗ୍ରହଣ । ପ୍ରତି ବୁଥରେ ରହିବ ୨ଟି ଇଭିଏମ । ଗୋଟିଏ ଇଭିଏମରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ଦ୍ୱିତୀୟ ଇଭିଏମରେ କାଉନସିଲର /କର୍ପୋରେଟରଙ୍କୁ ଭୋଟ ଦେଇହେବ । ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ରହିବ ‘ନୋଟା’ ବିକଳ୍ପ

LEAVE A REPLY

Please enter your comment!
Please enter your name here