ମହାକାଶରେ ସେଲଫି ନେଇଛି ଆଦିତ୍ୟ ଏଲ 1 । ପ୍ରଥମଥର ପାଇଁ ନିଜ ଫଟୋ ଉଠାଇ ଇସ୍ରୋକୁ ପଠାଇଛି । ସୂର୍ଯ୍ୟଙ୍କ ଉପରେ ଅଧିକ ତଥ୍ୟ ହାସଲ ପାଇଁ ମହାକାଶକୁ ଇସ୍ରୋ ପ୍ରେରଣ କରିଥିବା ଆଦିତ୍ୟ ଏଲ 1 ପଠାଇଥିବା ଫଟୋ ଇସ୍ରୋ ପ୍ରକାଶ କରିଛି । ଏଥିସହିତ ଆଦିତ୍ୟ ଏଲ 1 ମଧ୍ୟ ମହାକାଶରୁ ପୃଥିବୀର ଫଟୋ ପଠାଇଛି । ଗତ 2 ତାରିଖରେ ଇସ୍ରୋ ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରୁ ଏହି ମହାକାଶ ଯାନ ପ୍ରେରଣ କରିଛି । ପୃଥିବୀ ପୃଷ୍ଠରୁ 15 ଲକ୍ଷ କିଲୋମିଟର ଅତିକ୍ରମ କରି ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଥିବା ଏଲ୍ 1 ପଏଣ୍ଟରେ ଏହା ପହଞ୍ଚିବା ପରେ ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ । ଏହି ଏଲ 1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ ଏଲ 1 କୁ 125 ଦିନ ସମୟ ଲାଗିବ ।

LEAVE A REPLY

Please enter your comment!
Please enter your name here