ଆଗକୁ ବାତ୍ୟା ଆସୁଛି ବୋଲି ସୋସିଆଲ ମିଡିଆ ଓ ଟିଭି ଚ୍ୟାନେଲରେ ଖବର ଆସୁଛି । ହେଲେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ବାତ୍ୟା ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ । ଏପରିକି ପାଣିପାଗ ସମ୍ବନ୍ଧରେ ସପ୍ତାହେ ଆଗରୁ ପୂର୍ବାନୁମାନ କରିବା ବିଗ୍ୟାନ ସମତ ନୁହେଁ । ତେବେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ତାହାର ରୂପରେଖ କଣ ରହିବ, ତାହା ଏବେଠୁ ଆକଳନ କରାଯାଇପାରିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି । ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଅକ୍ଟୋବର ଶେଷ ସପ୍ତାହରେ ବାତ୍ୟା ଆସୁଥିବା ସମ୍ପର୍କରେ ଖବର ପ୍ରସାରଣ କରାଯାଉଛି । ଘଣ୍ଟାକୁ 250 ରୁ ଅଧିକ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ମିଳିଥିବା ସୂତ୍ର ଅନୁଯାୟୀ, କାନାଡାର ଏକ ସଂସ୍ଥା ପାଣିପାଗ ସଂପର୍କରେ ଏହି ପୂର୍ବାନୁମାନ କରିଥିବା ଜଣାପଡିଛି ।