ରାଜଧାନୀ ଭୁବନେଶ୍ୱର ଜନ୍ମ ଦିନରେ ତେଜିଛି ରାଜନୀତି । ଜନ୍ମଦିନ ଅବସରରେ ପ୍ରତିଷ୍ଠା ଦିବସ ପାଳନ କରୁଛି ରାଜଧାନୀ ଭୁବନେଶ୍ୱର । କିନ୍ତୁ ଏହି ପ୍ରତିଷ୍ଠା ଦିବସରେ ଅଲୋଡା ହୋଇପଡିଛନ୍ତି ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ । ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା । ସେ ଲେଖିଛନ୍ତି ଯେ, ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଏହାକୁ ବଡ ଧୂମଧାମରେ ରାଜ୍ୟ ସରକାର ପାଳନ କରୁଛନ୍ତି । ହେଲେ ମୋ ବ୍ୟତିତ ଅନ୍ୟ ସମସ୍ତଙ୍କୁ ଏ ସମାରୋହକୁ ଆମନ୍ତ୍ରଣ କରାଯାଇଛି । ଭୁବନେଶ୍ୱର ସାଂସଦ ହିସାବରେ ସମାରୋହରେ ସାମିଲ ହେବା ପାଇଁ ମୁଁ ଆଗ୍ରହୀ ଥିଲି । ହେଲେ କାହିଁକି ମୋତେ ଆମନ୍ତ୍ରଣ କରାଗଲା ନାହିଁ , ମୋର ଦୋଷ କଣ ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି ଅପରାଜିତା । ତେବେ ନିକଟରେ ସାଂସଦ ଅପରାଜିତାଙ୍କ ସହ ରାଜ୍ୟ ସରକାରଙ୍କ ତିକ୍ତତା ବଢିଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ଏକାମ୍ର ପ୍ରକଳ୍ପରୁ ଆରମ୍ଭ କରି ପୁରୀ ପରିକ୍ରମା ପ୍ରକଳ୍ପ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ଅପରାଜିତା ।

LEAVE A REPLY

Please enter your comment!
Please enter your name here