ଗେରୁଆ ପୋଷାକ ଓ ହାତରେ ନାଲି ବାଡି ଧରି ଲଗାତର ପାଞ୍ଚଥର ଭୁବନେଶ୍ୱର ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ମିଳିଲାନି ଟିକଟ । ବାବାଙ୍କ ଟିକଟ କାଟିବାକୁ ବହୁ ଆଗରୁ ଦଳ ନିଷ୍ପତ୍ତି ନେଇ ସାରିଥିଲା । ଏଥରକ ନିର୍ବାଚନରେ ବାବାଙ୍କ ଭେଳିକି ଆଉ କାମ କରିବନି ବୋଲି ରିପୋର୍ଟ ମିଳିଥିଲା । ସେହି ଆଧାରରେ ବାବାଙ୍କ ବିକଳ୍ପ କିଏ ହେବ, ସେଥିପାଇଁ ନୂଆ ପ୍ରାର୍ଥୀ ଖୋଜା ଚାଲିଥିଲା । ପାଟ୍ଟଶାଣୀଙ୍କ ଜାଗାରେ ବିଜେଡି ମୁମ୍ବାଇର ଅବସରପ୍ରାପ୍ତ ପୋଲିସ କମିଶନର ତଥା ଚର୍ଚ୍ଚିତ ଆଇପିଏସ ଅଧିକାରୀ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ତାଙ୍କ ବିପକ୍ଷରେ ବିଜେଡି ଆଇଏସ ଚାକିରୀ ଛାଡି ରାଜନୀତିରେ ଯୋଗଦେଇଥିବା ଅପରାଜିତା ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେବେ ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ରାଜ୍ୟ ସଭାକୁ ପଠାଇବ ବୋଲି ନବୀନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here