ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା – ଜଗନ୍ନାଥ ହୋ । ୨୦୧୯ରେ ଏହି ପ୍ରତିଯୋଗିତା ମୁକ୍ତମଞ୍ଚରେ ଅନୁଷ୍ଠିତ ହୋଇଥିଲା । ମାତ୍ର କୋଭିଡ ମହାମାରୀ ପାଇଁ ଗତବର୍ଷ ଏହି କାର୍ଯ୍ୟକ୍ରମ କରିବାକୁ ଆମେ ଅସମର୍ଥ ହୋଇଥିଲୁ ।
ଚଳିତବର୍ଷ କୋଭିଡ ନିୟମ ମଧ୍ୟରେ ଆମେ ଏହି ପ୍ରତିଯୋଗିତା ଆୟୋଜନ କରୁଛୁ । ଘରେ ବସି ଆପଣ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ।

କେଉଁମାନେ ପ୍ରତିଯୋଗିତାରେ ଭାଗ ନେଇପାରିବେ –

ପ୍ରତିଯୋଗୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।
ସବ୍ ଜୁନିୟର (୧୦ବର୍ଷ ବୟସ ପର୍ଯ୍ୟନ୍ତ)
ଜୁନିୟର ( ୧୧ ରୁ ୧୫ ବର୍ଷ ବୟସ )
ସିନିୟର ( ୧୬ ରୁ ୨୪ ବର୍ଷ ବୟସ )

ଅଡିସନ ରାଉଣ୍ଡରେ ପ୍ରତିଯୋଗୀମାନେ ଶ୍ରୀଜଗନ୍ନାଥଙ୍କ ଭଜନର ଗୋଟିଏ ପଦ ଅଡିଓ ଭିଡିଓ ରେକର୍ଡିଂ କରି ଆମ ପାଖକୁ ହ୍ୱାଟସ୍ ଆପରେ ପଠାନ୍ତୁ ।
ଆପଣଙ୍କ ଭିଡିଓ କ୍ଲିପିଂ ଆମ ପାଖରେ ପହଞ୍ଚିବାର ଶେଷ ତାରିଖ 05 ଜୁଲାଇ ୨୦୨୧

ଆମ ହ୍ୱାଟ୍‌ସ ଆପ୍ ନମ୍ବର ୮୮୪୭୮୭୬୬୨୬

ଫାଇନାଲ ରାଉଣ୍ଡର ଗୀତ ରେକର୍ଡିଂ ଭୁବନେଶ୍ୱରରେ ଜୁଲାଇ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । କୃତି ପ୍ରତିଯୋଗୀଙ୍କୁ କୋଭିଡ ଗାଇଡଲାଇନ ମଧ୍ୟରେ ପୁରସ୍କୃତ କରାଯିବ ।

LEAVE A REPLY

Please enter your comment!
Please enter your name here