ମାଟ୍ରିକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । 29 ଅପ୍ରେଲରୁ 7 ମେ ଯାଏଁ ପରୀକ୍ଷା କରାଯିବ । ପ୍ରତି ବିଷୟରେ 30 ମାର୍କ ସବଜେକଟିଭ୍ ଏବଂ 50 ମାର୍କ ଅବଜେକଟିଭ୍ ରହିବ । ମୋଟ 80 ନମ୍ବରର ପରୀକ୍ଷା ପାଇଁ ସମୟ ଅବଧି ଦୁଇଘଣ୍ଟା ରହିବ । କେବଳ ଗଣିତ ପାଇଁ 2 ଘଣ୍ଟା 15 ମିନିଟ ସମୟ ରହିବ । ସକାଳ 8 ଟାରୁ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷାରେ ଚାରିସେଟ୍ ପ୍ରଶ୍ନପତ୍ର ରହିବ ଏବଂ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ଅଳଗା ପ୍ରଶ୍ନପତ୍ର ରହିବ । ସଂକ୍ଷିପ୍ତ ଉତ୍ତମୂଳକ ୫୦ ମାର୍କ ଓଏମଆର ସିଟରେ ପରୀକ୍ଷା ଦେବେ । ଦୀର୍ଘ ଉତ୍ତରମୂଳକ ୩୦ ମାର୍କ ମିଳିଥିବା ବୁକଲେଟରେ ଦେବେ ।

ସେହିପରି ନବମ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ସମ୍ମେଟିଭ୍ ପରୀକ୍ଷା-୨ । ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍ମୁଲରେ ହେବ ପରୀକ୍ଷା । ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ । ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲରେ ହେବ ମୂଲ୍ୟାୟନ ।

LEAVE A REPLY

Please enter your comment!
Please enter your name here