ରାଫେଲ ଡିଲ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଉଗ୍ର ହେଉଛି ରାଜନୀତି । ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ବିଲେଇ କଳି । ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ରାଫେଲ ବିବାଦରେ ସୁପ୍ରିମକକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପରେ କଂଗ୍ରେସ କ୍ଷମା ମାଗୁ ବୋଲି କହିଛନ୍ତି ଅମିତ ଶାହ । କେବଳ ଅମିତ ଶାହ ନୁହେଁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି ରାହୁଲ ଗାନ୍ଧି ତାଙ୍କର ରାଜନୈତିକ ଫାଇଦା ପାଇଁ ଲୋକମାନଙ୍କୁ ବିଭ୍ରାନ୍ତ କରିଛନ୍ତି । ଏହା ଦ୍ୱାରା ସମଗ୍ର ଦେଶରେ ଭାରତର ମର୍ୟ୍ୟାଦା ଉପରେ ଆଞ୍ଚ ଆସିଛି । ତେଣୁ ରାହୁଲ ଏଥିପାଇଁ ଗୃହରେ କ୍ଷମା ପ୍ରାର୍ଥନା କରିବା ସହିତ ସମଗ୍ର ଦେଶବାସୀଙ୍କୁ ଭୁଲ ମାଗନ୍ତୁ ବୋଲି ରାଜନାଥ ଦାବି କରିଛନ୍ତି ।
ଅନ୍ୟପଟେ ଏହାର ଜବାବ ରଖିଛି କଂଗ୍ରେସ । ରାଫେଲ ପ୍ରସଙ୍ଗରେ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୂନ ଖାଡଗେ କହିଛନ୍ତି । ରାଫେଲ ଚୁକ୍ତି ନେଇ କଂଗ୍ରେସ ଯେଉଁ ଦାବି କରିଛି ତାହାର ସିବିଆଇ ତଦନ୍ତ ହେବା ଅତ୍ୟନ୍ତ ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ରାୟକୁ କଂଗ୍ରେସ ସମ୍ମାନ ଦେଉଛି କିନ୍ତୁ ବିଜେପିର ଦୁର୍ନୀତିର ଚେର ଏହି ଘଟଣାରେ ସିବିଆଇ ତଦନ୍ତ ହେଲେ ଯାଇ ସାମ୍ନାକୁ ଆସିବ ବୋଲି ଖଡଗେ କହିଛନ୍ତି । ରାଫେଲ ବିବାଦରେ ନଭେମ୍ବର ୨୪ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ରାଫେଲ ଡିଲ ସର୍ମ୍ପକରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here