ଚବିଶ ବର୍ଷର ବିଜେଡି ସରକାରକୁ ବଡ ଝଟକା । ରାଜ୍ୟ ରାଜନୀତିରେ ଭୂକମ୍ପ । ଦିନ ସାଢେ ଏଗାରଟା ସୁଦ୍ଧା ଭୋଟ ଗଣତି ଅନୁଯାୟୀ 75ଟି ବିଧାନସଭା ଆସନରେ ବିଜେପି ଆଗରେ ରହିଥିବା ବେଳେ ବିଜେଡି 48ଟି ଆସନରେ ଆଗୁଆ ରହିଛି । 2019 ତୁଳନାରେ କଂଗ୍ରେସର ପ୍ରଦର୍ଶନ ବି ସୁଧୁରିବାରେ ଲାଗିଛି । କଂଗ୍ରେସ 15ଟି ଆସନରେ ଆଗୁଆ ରହିଛି । ନିର୍ବାଚନ ଗଣତିର ଟ୍ରେଣ୍ଡ୍ ବିଜେଡିର ସବୁ ସ୍ବପ୍ନକୁ ଧୂଳିସାତ୍ କରିଦେଇଛି । ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ଦେଶର ସବୁଠୁ ଦୀର୍ଘବର୍ଷ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ହିସାବରେ ରେକର୍ଡ କରିଥାନ୍ତେ । କିନ୍ତୁ ଟ୍ରେଣ୍ଡ୍ ସୂଚାଉଛି, ରାଜ୍ୟରେ ସରକାର ବଦଳିବାକୁ ଯାଉଛି ଏବଂ ବିଜେପି ସରକାର ଗଢିବାକୁ ଯାଉଛି । ସେହିପରି 21ଟି ଲୋକସଭା ଆସନରେ ମଧ୍ୟ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଜେପି 18ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେଡି ମାତ୍ର 2ଟି ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି । 2019ରେ ବିଜେଡି 12ଟି ଆସନରେ ବିଜୟ ଲାଭ କରିଥିବା ବେଳେ ବିଜେପି 8ଟି ଆସନରେ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here