ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପାଇଁ ଭୋଟ ଗଣତି ଆଜି ସକାଳ ୮ଟାରୁ ଜାରି ରହିଛି । ମୋଟ ୨୧ଟି କେନ୍ଦ୍ରରେ ଭୋଟ ଗଣତି ଚାଲିଛି । ୭୦ ଆସନ ପାଇଁ ହୋଇଥିିବା ମତଦାନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି । ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ପ୍ରାରମ୍ଭିକ ଗଣତିରେ ଟ୍ରେଣ୍ଡରେ ଆପ୍ ଆଗୁଆ ରହିଥିବା ବେଳେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି । ଶାସକ ଦଳ ଆମ୍ ଆଦ୍‌ମୀ ପାର୍ଟି ଆପ୍ ୫୩ଟି ଏବଂ ବିଜେପି ୧୭ଟି ଆସନରେ ଆଗୁଆ ରହିଛି । ଏବେ ପାର୍ଟି କାର୍ଯ୍ୟାଳୟରେ ଅରବିନ୍ଦ କେଜରିୱାଲ ଅଛନ୍ତି । ଆପ୍ କର୍ମ କର୍ତ୍ତାଙ୍କ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଦିଲ୍ଲୀ ରେଜଲ୍ଟକୁ ନେଇ ଆପ୍‌କୁ ଶୁଭେଚ୍ଛା ଜଣାଇଛି କଂଗ୍ରେସ । କେଜରିୱାଲକୁ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here