ଦଳର ଗୁମର ଖୋଲିବାରେ ଲାଗିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆମ ଘର ହାଲଚାଲରେ ଖୋଲୁଛି ବିଜେଡି ପରିବାରର ଗୁମର । ଥରକୁ ଥର ମଉକା ଦେଖି ନବୀନଙ୍କୁ ମୁଖା ଖୋଲୁଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଏବେ ସବୁଆଡେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନେଇ ତାତି । ଆଉ ଠିକ୍ ଏଇ ସମୟରେ ମଉକା ପାଇ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ନବୀନ ବାବୁଙ୍କ ପାଇଁ ଈଶ୍ୱରଙ୍କଠାରେ … ଶୀର୍ଷକରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ଲେଖିଛନ୍ତି, ଶାସନର ପ୍ରଥମ ଦଶ ବର୍ଷରେ ଯେଉଁ କଥା ଗୁଡିକ ପାଇଁ ନବୀନ ବାବୁ ଅନ୍ୟ ରାଜନେତାଙ୍କ ଠାରୁ ଭିନ୍ନ ହୋଇ ପ୍ରିୟପାତ୍ର ହୋଇଥିଲେ, ପରବର୍ତ୍ତୀ ୧୦ ବର୍ଷରେ କିନ୍ତୁ ସେଇ ଜୁଆରରେ ଭଟା ପଡିଲାଣି । ତେବେ ନିର୍ବାଚନରେ ଜିତିବାର ଲକ୍ଷ୍ୟ ସାଧନ ପାଇଁ ଯାହା କିଛି କରିବାକୁ ପଡୁଛି ତାହା କରଣୀୟ ଏବଂ ବରଣୀୟ । ଫଳରେ ନବୀନଙ୍କ ଶାସନର ସଫଳତାର ମୂଳମନ୍ତ୍ର ସ୍ୱଚ୍ଛତା ଓ ଦୁର୍ନିତୀ ପ୍ରତିି ଶୂନ୍ୟ ସହନଶୀଳତା ନୀତି ସଙ୍କୁଚିତ ହେଉଥିବା ଲୋକେ ଅନୁଭବ କଲେଣି । ଆହୁରି ସେ ଲେଖିଛନ୍ତି, ନିର୍ବାଚନ ଜିତିବା ପାଇଁ ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ସମସ୍ତେ ଅର୍ଥ ଯୋଗାଡରେ ବ୍ୟସ୍ତ । ଫଳରେ ସ୍ୱଚ୍ଛତା କମିବା ସହ ଦୁର୍ନିତୀ ବଢିବାରେ ଲାଗିଛି ।

ମୋ ସରକାର ଯୋଜନାର କାର୍ଯ୍ୟକାରିତାକୁ ନେଇ ବି ସୌମ୍ୟ ପ୍ରଶ୍ନ ଉଠାଇବା ସହ ଲେଖିଛନ୍ତି, ପ୍ରଭାବଶାଳୀ ଏବଂ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ପୋଲିସ ସୁରକ୍ଷା ଦେବା ପାଇଁ ଅଧିକ ତତ୍ପର ଥିବା ଭଳି ମନେ ହେଉଛି । ଶିକ୍ଷାନୁଷ୍ଠାନର କୋଠା ବାଡିକୁ ଚକ ଚକ କରିଦେଲେ କିମ୍ବା ସ୍ମାର୍ଟ କାର୍ଡ ଆବଣ୍ଟନ କରିଦେଲେ ଓଡିଆ ଯୁବକଙ୍କ ସ୍ୱପ୍ନ ସାକାର ହୋଇପାରିବ ନାହିଁ ବୋଲି ଲେଖିଛନ୍ତି ସୌମ୍ୟ । କୋଭିଡ ପରିଚାଳନାଠୁ ଆରମ୍ଭ କରି ସରକାର ଏବଂ ବ୍ୟବସ୍ଥା ଉପରକୁ ନିଜ ସମ୍ପାଦକୀୟ ପୃଷ୍ଠା ଜରିଆରେ ସମାଲୋଚନା କରିଛନ୍ତି ସୌମ୍ୟ ।

LEAVE A REPLY

Please enter your comment!
Please enter your name here