ବିଶ୍ବକପ କ୍ରିକେଟ ଫାଇନାଲ ମହାମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ । ଗତକାଲି ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଆଜି ସାଉଥ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି । ସାଉଥ ଆଫ୍ରିକା 49.4 ଓଭରରେ 212 ରନ୍ କରି ଅଷ୍ଟ୍ରେଲିଆ ଆଗରେ 213 ରନ୍ ଟାର୍ଗେଟ ଦେଇଥିଲା । ଅଷ୍ଟ୍ରେଲିଆ 47.2 ଓଭରରେ 7 ଉଇକେଟ ହରାଇ 215 ରନ୍ ହାସଲ କରିବାରେ ସଫଳ ହୋଇଥିଲା । ଏପର୍ଯ୍ୟନ୍ତ ବିଶ୍ବକପରେ ଭାରତ ଖେଳିଥିବା ସମସ୍ତ ମ୍ୟାଚ୍ ଜିତି ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ 10ଟି ମ୍ୟାଚରୁ 8ଟିରେ ଜିତିଥିବା ବେଳେ ଦୁଇଟି ମ୍ୟାଚରେ ପରାଜିତ ହୋଇଛି । ଆସନ୍ତା 19 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ ମହାମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here