ସମୟ ସବୁ ବଦଳେଇ ଦେଇଛି । ଚବିଶ ବର୍ଷର ବିଜେଡି ସରକାରର ପତନ ପରେ କ୍ଷମତାସୀନ ହୋଇଛି ବିଜେପି । ପୁଣି ନିର୍ବାଚନ ହେଲେ ବିଜେଡି ଯେ କ୍ଷମତାକୁ ଫେରିବ, ଏ ସାହସ ଜୁଟେଇ ପାରୁନାହାଁନ୍ତି ବିଜେଡି ନେତା । ସେପଟେ ଲୋକସଭାରେ ବିଜେଡିର ଶୂନ୍ୟ ସ୍ଥିତି ରହିବା ପରେ ଏବେ ବିଜେଡିର ରାଜ୍ୟସଭା ନେତାମାନେ ଜଣକ ପରେ ଜଣେ ବିଜେପି ମୁହାଁ ହୋଇଛନ୍ତି । ବିଜେପି ବି ରାଜ୍ୟସଭାରେ ନିଜ ସ୍ଥିତି ଦୃଢ କରିବା ପାଇଁ ବିଜେଡି ନେତାଙ୍କ ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି । ପୂର୍ବରୁ ବିଜେଡି ସାଂସଦ ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଏବେ ତାଙ୍କରି ମାର୍ଗରେ ସୁଜିତ କୁମାର ଅଛନ୍ତି । ସେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିବା ପରେ ଆଜି ରାଜ୍ୟସଭା ସାଂସଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଜଣକ ପରେ ଜଣେ ବିଜେଡି ନେତାଙ୍କୁ ବିଜେପି ଟ୍ରାପ୍ କରିବା ସହ ରାଜ୍ୟସଭାରେ ନିଜ ସ୍ଥିତି ସୁଦ୍ରଢ କରିବାରେ ଲାଗିଛି । ଅନ୍ୟପକ୍ଷରେ ନିର୍ବାଚନ ହାରିବାର ଗ୍ଲାନିକୁ ଭୁଲି ପାରୁନାହାଁନ୍ତି ବିଜେଡି ନେତାମାନେ । ଆଇପିଏସ ଆଶୀଷ ସିଂହ ଓ କୁଟ୍ଟେ ଦଳକୁ ଡୁବେଇ ଦେଲେ ବୋଲି ବିଜେଡି ନେତାମାନେ ଚର୍ଚ୍ଚା କରୁଛନ୍ତି ।