ରାଜ୍ୟରେ କରୋନାରେ ଆଜି ପୁଣି ଦୁଇ ଜଣ ଆଖି ବୁଜିଛନ୍ତି । ଏହି ଦୁଇ ମୃତକ ଗଞ୍ଜାମର । ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ଦୁଇ ମୃତକ ପୁରୁଷ । ଏବଂ ଏହି ଦୁଇ ଜଣଙ୍କର ବୟସ ୫୧ ଓ ୩୪ । ରାଜ୍ୟରେ ମେବାଟ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି । ସେହିପରି ଆଜି ଗୋଟିଏ ଦିନରେ ରାଜ୍ୟରେ ୨୩ ଜିଲ୍ଲାରୁ ୪୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୪୯୪ ମଧ୍ୟରୁ କ୍ୱାରେଣ୍ଟିନରୁ ୩୨୨ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୭୨ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୫ ହଜାର ୩୯୨କୁ ବୃଦ୍ଧି କରୋନା ସଙ୍କ୍ରମଣରୁ ୧୦,୪୬୭ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍ କେସ ରହିଛି ୪୮୧୩ । ଆଜି ମଧ୍ୟ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୪୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୮, ବାଲେଶ୍ୱର-୨୧, ନୟାଗଡ-୧୬, ଯାଜପୁର-୧୫, ମୟୂରଭଞ୍ଜ-୧୪, କେନ୍ଦ୍ରାପଡା-୧୧, କେନ୍ଦୁଝର-୧୦, ନୂଆପଡା-୯ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିପରି ପୁରୀ ଓ ଭଦ୍ରକରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ସମ୍ବଲପୁରରୁ ୪ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି । ବଲାଙ୍ଗିର-୩, ବୌଦ୍ଧ ଓ କଳାହାଣ୍ଡିରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁର, ରାୟଗଡା ଓ ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here