ଜମୁଛି ପାଟକୁରା ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିୱେଟ । ଆସନ୍ତା ୨୦ ତାରିଖରେ ନିର୍ବାଚନ । ହାତରେ ସମୟ କମ । ଏବେ ଶାସକ ବିଜେଡି ଏବଂ ବିଜେପି ଜାରି କରିଛନ୍ତି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାରର ମଙ୍ଗ ଧରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତା ୧୭ ତାରିଖରେ ପ୍ରଚାର କରିବାକୁ ପାଟକୁରା ଯିବେ । ଏଥିସହିତ ମନ୍ତ୍ରୀ ସୁଶାନ୍ତ ସିଂ , ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ପ୍ରଫୁଲ୍ଲ ମଲ୍ଲିକ , ବିଧାୟକ ଶଶି ଭୂଷଣ ବେହେରା , ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାଏକ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସ ବର୍ମା , ସାସଂଦ ଅନୁଭବ ମହାନ୍ତିଙ୍କ ସମେତ ଦଳର ନେତା ଆକାଶ ଦାସ ନାଏକ ଏବଂ ବିକ୍ରମ ପଣ୍ଡା ଏହି ତାଲିକାରେ ଅଛନ୍ତି । ମୋଟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ଟିମ୍ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରିବେ । ସେହିପରି ବିଜେପି ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡଙ୍ଗୀ , ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ, ସାଂସଦ ଜୁଏଲ ଓରାମ , ବିଜେପି ରାଷ୍ଟ୍ରିୟ ଉପ ସଭାପତି ବୈଜୟନ୍ତ ପଣ୍ଡା , ସୁରେସ ପୂଜାରି, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ , ଡାକ୍ତର ଦାମୋଦର ରାଉତ ,କନକ ବର୍ଦ୍ଧନ ସିଂ ଦେଓଙ୍କ ନାଁ ରହିଛି । ଏମାନେ ବିଜେପି ପ୍ରାର୍ଥି ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବେ । ଏଥିସହିତ ଅନୁ ଚୌଧୁରୀ, ପିଙ୍କି ପ୍ରଧାନ , ଶ୍ରୀତମ ଦାସ, ହରିହର ମହାପାତ୍ର ମଧ୍ୟ ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ।

LEAVE A REPLY

Please enter your comment!
Please enter your name here