ଆଇସିସି ବିଶ୍ୱକପ ଆରମ୍ଭରୁ ଭାରତ ଚାମ୍ପିୟାନ ହେବାର ବହୁ ମାତ୍ରରେ ଆସା ରହିଥିଲା । କିନ୍ତୁ ସେମିଫାଇନାଲ ମୁକାବିଲାରେ କିଛି ଭୁଲ ନିଷ୍ପତ୍ତି ଦଳକୁ ମହଙ୍ଗା ପଡିଛି ଓ କ୍ରିକେଟପ୍ରେମୀଙ୍କ ସ୍ୱପ୍ନକୁ ଧୂଳିସାତ୍ କରିଛି । ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆ ଶେଷରେ ନ୍ୟୁଜିଲ୍ୟାଣ୍ଡ୍ ପାଖରୁ ୧୮ ରନରେ ହାରି ଚଳିତ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ପ୍ରଥମେ ବୋଲିଙ୍ଗ କରୁଥିବା ଇଣ୍ଡିଆ ଅନେକ ରନ୍ ଆଉଟ୍ କରିବାର ସୁଯୋଗ ହାତଛଡା କରିଛି । ଭଲ ଫିଲ୍ଡର ଭାବେ ପରିଚିତ ଅଧିନାୟକ କୋହଲି ଓ ଜାଡେଜା ଏଭଳି ସୁଯୋଗର ସଦୁପଯୋଗ କରିବାରେ ବିଫଳ ହୋଇଛନ୍ତି । ୪୪ ଓଭର ବୋଲିଙ୍ଗ କରିଥିବା ଚହଲ ୧୮ ରନ୍ ଦେଇଥିଲେ । ଯାହାକି ଦଳ ପାଇଁ ଭାରୀ ପଡିଥିବା ବେଳେ ଅନ୍ତିମ ଓଭର ବେଳକୁ ନ୍ୟୁଜିଲ୍ୟାଣ୍ଡ ଟିମର ଆତ୍ମବିଶ୍ୱାସ ବଢ଼ାଇଥିଲା । ଫଳରେ କିୱି ଟିମ୍ ୭ ଓଭରରେ ୬୦ ରନ୍ କରିବାରେ ସଫଳ ହୋଇଥିଲା । ତେବେ ନ୍ୟୁଜଲ୍ୟାଣ୍ଡ୍ ବିପକ୍ଷରେ ମ୍ୟାଚ ଜିତିବା ପାଇଁ ୪.୭୮ ରନ୍ ରେଟର ଆବଶ୍ୟକତା ଥିଲା । କିନ୍ତୁ ଟିମ୍ ଇଣ୍ଡିଆ ଅଧିକ ରନ କରିପାରି ନଥିବାରୁ ପରାଜୟ ହେଲେ ।

LEAVE A REPLY

Please enter your comment!
Please enter your name here