ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ରୀତା ସାହୁ ହେଲେ ବିଜେଡି ପ୍ରାର୍ଥୀ । ରୀତାଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁରକୁ ଫୋକସ ଏରିଆ କରାଯିବ କହିଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ । ସୁବଳଙ୍କ ପରଲୋକ ପରେ ରୀତାଙ୍କୁ ଟିକେଟ ଦିଆଯାଇଥିଲା । ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ ରୀତା । ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ଲଢିଥିଲେ ମୁଖ୍ୟମନ୍ତ୍ରୀ । ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ଲଢି ଜିତିଥିଲେ ମୁଖ୍ୟମନ୍ତ୍ରୀ । ପରେ ହିଞ୍ଜିଳୀ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ ନବୀନ ।

LEAVE A REPLY

Please enter your comment!
Please enter your name here