ସେତିକି ଭଲ ପାଇବା ମିଳିଲେ ଶାଶୁ ଘରକୁ ଫେରିବି । ଲୋକପ୍ରିୟ ସଙ୍ଗୀତକାର ହ୍ୟୁମାନ ସାଗରଙ୍କ ପତ୍ନୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କମ୍ପ୍ରମାଇଜ୍ ଚାହାଁନ୍ତି ବୋଲି କହିଛନ୍ତି । ମାତ୍ର କମ୍ପ୍ରମାଇଜର ଅର୍ଥ ଗଣମାଧ୍ୟମରେ ବୟାନ ଦେଲେ ହେବନି ବୋଲି ସେ କହିଛନ୍ତି । ପୂର୍ବରୁ ଯେମିତି ଭଲ ପାଉଥିଲେ, ହ୍ୟୁମାନ ତାଙ୍କୁ ସେମିତି ଭଲ ପାଇବା ଦରକାର । ମାତ୍ର ଏପର୍ଯ୍ୟନ୍ତ ସେଭଳି କୌଣସି ଉଦ୍ୟମ ହ୍ୟୁମାନଙ୍କ ତରଫରୁ ହୋଇନାହିଁ ବୋଲି ଶ୍ରିୟା କହିଛନ୍ତି ।

ପୁରୀ ମୁକ୍ତିମଣ୍ଡପର ବ୍ରାହ୍ମଣ ପରିବାରର ଝିଅ ହୋଇଥିଲେ ବି ହ୍ୟୁମାନଙ୍କୁ ଭଲପାଇ ବାହା ହୋଇଥିଲି । ଇଣ୍ଟର ରିଲିଜିଅନ ବାହାଘର ପରେ ମୁଁ ଚାହୁଁଥିଲି, ମୁଣ୍ଡରେ ସିନ୍ଦୁର ପିନ୍ଧିବା ପାଇଁ । ମାତ୍ର ଶାଶୁ ଘରେ ସିନ୍ଦୁର ଲଗାଇବାର ସୁଯୋଗ ମିଳି ନ ଥିଲା । ତେବେ ଏଥିପାଇଁ ଶାଶୁ ନିର୍ଯାତନା ଦେଇନାହାଁନ୍ତି ବୋଲି କହିଛନ୍ତି ଶ୍ରିୟା ।

ଶ୍ରିୟା କହିଛନ୍ତି, ହ୍ୟୁମାନ ସବୁବେଳେ ଅତ୍ୟଧିକ ମଦ ପିଉଥିଲେ । ସେଥିପାଇଁ ଅନେକ ସମୟରେ ସେ ପ୍ରୋଗ୍ରାମ ସାରି ଘରକୁ ଫେରିବା ବେଳେ ଗାଡିରୁ ବି ଓହ୍ଲାଇ ପାରନ୍ତି ନାହିଁ । ଆମେ ତାଙ୍କୁ ଧରି ଘରକୁ ନେଉ । ମଦ ପିଇବା ପରେ ସେ ତାଙ୍କୁ ମାଡ ମାରନ୍ତି । ପ୍ରେମ ବିବାହ କରିଥିଲି ବୋଲି ମାଡ, ଗାଳି ସହି ରହି ଯାଉଥିଲି । ମାତ୍ର ମାଡ, ଗାଳି ଅସହ୍ୟ ହେବା ପରେ ଅନେକ ଥର ତାଙ୍କ ଘର ଲୋକେ ହ୍ୟୁମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସବୁ ଉଦ୍ୟମ ଫେଲ୍ ହୋଇଛି । ଏବେ ବି ସେ ହ୍ୟୁମାନଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ହ୍ୟୁମାନ ତାଙ୍କୁ ସେମିତି ଭଲ ପାଇବା ଦରକାର । ତାଙ୍କ ଦୁହିଁଙ୍କ ସଂପର୍କ ଭିତରେ ଆଉ ଜଣେ ତୃତୀୟ ବ୍ୟକ୍ତି ରହିଛନ୍ତି, ଯାହା ପାଇଁ ସଂପର୍କରେ ତିକ୍ତତା ଆସିଛି । ଏସବୁର ସମାଧାନ ବାଟ ହ୍ୟୁମାନଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here