ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ସେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି । ହୃଦଘାତ ଯୋଗୁ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତେବେ ଏନେଇ ବିଜୟଙ୍କ ଧର୍ମପତ୍ନୀ ତନ୍ଦ୍ରା ରୟ କହିଛନ୍ତି ଯେ, କାଲି ହସ୍ପିଟାଲ ଚେକ୍‌ଅପ ପାଇଁ ଆସିବାବେଳେ ତାଙ୍କର ହୃଦଘାତ ହୋଇଥିଲା । ଏବେ ସେ ସୁସ୍ଥ ହୋଇଛନ୍ତି ବୋଲି କହିଛନ୍ତି ତନ୍ଦ୍ରା ।

LEAVE A REPLY

Please enter your comment!
Please enter your name here