ଆଉ ମାତ୍ର କିଛି ସମୟର ଅପେକ୍ଷା । ଆମେରିକାରେ ଘୋଷଣା ହେବ ନୂଆ ରାଷ୍ଟ୍ରପତି । ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବାଇଡେନ । ଡୋନାଲ୍ଡ ଟ୍ରମ୍ପଙ୍କ ହାତରୁ ଖସିବାରେ ଲାଗିଛି ବାଜି । ଆମେରିକାରେ ମୋଟ୍ ଆସନ ସଂଖ୍ୟା ୫୩୮ । ମ୍ୟାଜିକ ନମ୍ବର ରହୁଛି ୨୭୦ । ବହୁମତ ଠାରୁ ମାତ୍ର ୬ ପାଦ ଦୂରରେ ବାଇଡେନ । ଡୋନାଲ୍ଡ ଟ୍ରମ୍ପଙ୍କ ଖାତାରେ ୨୧୪ଟି ଆସନ ରହୁଛି । ୱିସକନସିନ୍ , ମିସିଗନ୍ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବାଇଡେନଙ୍କ ବାଜିମାତ୍ । ଗତ ନିର୍ବାଚନରେ ଟ୍ରମ୍ପଙ୍କ ଖାତାକୁ ଯାଇଥିଲା ମିସିଗନ । ତେବେ ଫଳାଫଳକୁ ନେଇ ଚାହିଁ ରହିଛି ବିଶ୍ୱ ।

LEAVE A REPLY

Please enter your comment!
Please enter your name here