ଜଣେ କି ଦୁଇଜଣ ନୁହେଁ । ଏକାଥରେ ପରିବାରର ୫ ଜଣଙ୍କୁ ହତ୍ୟା କଲା ଅଭିଯୁକ୍ତ । ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା କୁସୁପୁରରେ । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସାନଭାଇ କରିଛି ଏମିତି ଭୟଙ୍କର କାଣ୍ଡ । ବଡଭାଇର ପୁରା ପରିବାରକୁ ସାନଭାଇ ଶିବ ସାହୁ ମାରିଦେଇଥିବା ସ୍ବୀକାର କରିଛି । ହତ୍ୟା କରିବା ପରେ ତାଲା ପକାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନ ଭାଇ । ଘଟଣାସ୍ଥଳରେ ପୋଲିସ ଏବଂ ମାଜିଷ୍ଟ୍ରେଟ୍ ଛାନଭିନ ଆରମ୍ଭ କରିଛନ୍ତି । ନିଜ ବଡଭାଇର ପରିବାରକୁ ହତ୍ୟା କରିବା ପରେ ମୋବାଇଲରେ ନିଜ ପ୍ରତିକ୍ରିୟା ରେକର୍ଡ କରିଛି । ହତ୍ୟା କରିଥିବା ଶିବ ସାହୁ କହିଛି, ଦୀର୍ଘଦିନ ଧରି ବଡଭାଇ ପରିବାର ସହ ତାଙ୍କର କଳହ ଲାଗି ରହୁଥିଲା । ଗତକାଲି ବଡଭାଇ ଓ ଭାଉଜ ଏବଂ ସେମାନଙ୍କ ପିଲାମାନେ ତାଙ୍କୁ ବାଡେଇଥିଲେ । ଏଥିରେ ଖୁବ ଉତକ୍ଷିପ୍ତ ହୋଇପଡିଥିଲା ଶିବ ସହୁ । ରାତିରେ ସେ ବଡଭାଇ, ଭାଉଜ ସେମାନଙ୍କ ପିଲାମାନଙ୍କୁ ହତ୍ୟା କରିବା ପରେ ଘରେ ତାଲା ପକାଇ ଦେଇଥିଲା । ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେ ନିଜ ଦୋଷ ସ୍ବୀକାର କରିବା ସହ ଆଇନ ଅନୁଯାୟୀ ଯାହା ଦଣ୍ଡ ମିଳିବ, ସେ ମାନିନେବାକୁ ପ୍ରସ୍ତୁତ ଅଛି ବୋଲି କହିଛି ।

LEAVE A REPLY

Please enter your comment!
Please enter your name here