ବିଧାନସଭା ଅଧିବେଶନ ପାଇଁ ହୋଇଥିବା କୋଭିଡ ଟେଷ୍ଟର ରିପୋର୍ଟ ଆସିଲା । ଏହି ରିପୋର୍ଟରେ ୧୩୬ ଜଣଙ୍କର ପଜିଟିଭ୍ ବାହାରିଥିବା ଜଣାପଡିଛି । ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କୁ ମିଶାଇ ମୋଟ୍ ୭୫୭ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭାକୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ସେଥିପାଇଁ ବିଧାନସଭା ମଧ୍ୟକୁ ଯେଉଁମାନେ ଯିବେ ସେମାନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।