ଆଜି ପବିତ୍ର ଜନ୍ମାଷ୍ଟମୀ । ହିନ୍ଦୁ ପରମ୍ପରାରେ ଜନ୍ମାଷ୍ଟମୀର ଅନେକ ମହତ୍ତ୍ୱ ରହିଛି । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେଇଥିଲେ ଶ୍ରୀକୃଷ୍ଣ । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବାଲ ଗୋପାଲଙ୍କ ରୂପକୁ ପୂଜା ଆରଧନା କରାଯାଇଥାଏ । ଅନେକ ଲୋକ ନିଷ୍ଠାର ସହିତ ଉପବାସ ରଖିଥାନ୍ତି । ବାଲ ଗୋପାଲଙ୍କୁ ଝୁଲଣାରେ ବସାଇ ପୂଜା କରାଯାଇଥାଏ । ତେବେ କରୋନା କଟକଣା ଯୋଗୁଁ ଚଳିତବର୍ଷ ବିନା ଭକ୍ତରେ ପୂଜା ପାଉଛନ୍ତି କାହ୍ନା । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଲାଗି ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ। ଗତ ସଂଧ୍ୟାରେ ସଂଧ୍ୟାଧୂପ ଓ ପ୍ରସାଦ ଲାଗି ପରେ ତିନି ଠାକୁରଙ୍କୁ ବନ୍ଦାପନା କରାଯାଇଥିଲା। ଏହା ପୂର୍ବରୁ ଜେଉଟ ଭୋଗ ଲାଗି କରାଯାଇଥିଲା। ଜନ୍ମାଷ୍ଟମୀରେ ବାଳୁକାକଳା ମାଧ୍ୟମରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କରୋନା ଭଳି ମହାମାରୀ ସମୟରେ ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ରକ୍ଷା କରନ୍ତୁ ବୋଲି ସେ ତାଙ୍କ ବାଲୁକା କଳାରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here