ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି-20 ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେମପ୍ଲେଟରେ ଲେଖାଗଲା ଭାରତ । ମୋଦି ବିଶ୍ବ ସମୁଦାୟକୁ ଜଣାଇଦେଲେ ସେ “ଇଣ୍ଡିଆ” ନୁହେଁ, “ଭାରତ”ର ପ୍ରଧାନମନ୍ତ୍ରୀ । ଜି-20 ସମ୍ମିଳନୀର ଅତିଥିଙ୍କୁ ନୈଶ୍ୟ ଭୋଜି ପାଇଁ ଆମନ୍ତ୍ରଣ କରିଥିବା ପତ୍ରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ଲେଖିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଜେପି ବିରୋଧରେ ଏକାଠି ହୋଇଥିବା ମିଳିତ ବିରୋଧୀ ଦଳ ସେମାନଙ୍କ ସାମ୍ମୁଖ୍ୟର ସଂକ୍ଷିପ୍ତ ନାଁ i.n.d.i.a ରଖିଥିବାରୁ କେନ୍ଦ୍ର ସରକାର ଦେଶର ନାଁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହି ବିରୋଧୀ କଟାକ୍ଷ କରୁଛନ୍ତି । ତେବେ ଦେଶର ନାଁ ଇଣ୍ଡିଆ ବଦଳାଇ ଭାରତ ରଖିବା ପାଇଁ ଖୁବଶୀଘ୍ର ସଂସଦର ସ୍ବତନ୍ତ୍ର ଅଧିବେସନ ବସିବ । ତେବେ ଦେଶର ନାଁ ବଦଳାଇବା ପାଇଁ ଖର୍ଚ୍ଚ ହେବ 14 ହଜାର 34 କୋଟି ଟଙ୍କା ।

LEAVE A REPLY

Please enter your comment!
Please enter your name here