ନେପାଳରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏଥିରେ ୪୨ଜଣଙ୍କ ଜୀବନ ଯାଇଛି । ପୋଖରା ବିମାନବନ୍ଦର ରନୱେରେ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିଲା । ରନୱେରେ ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳୁଛି ବିମାନ । ବିମାନରେ ୬୮ ଯାତ୍ରୀ ଓ ୪ କ୍ରିଉ ମେମ୍ବର ଥିଲେ । ବିମାନରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି । ୪୨ ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ନେପାଳ ସେନାବାହିନୀ । ଦୁର୍ଘଟଣାଗ୍ରସ୍ତ ବିମାନଟି ୟେଡି ଏୟାରଲାଇନ୍ସର ସୂଚନା । ଗତ ୧ରୁ ବିମାନବନ୍ଦରରୁ ଉଡାଣ ଆରମ୍ଭ ହୋଇଥିଲା ।
ଦୁର୍ଘଟଣା ପରେ ଜରୁରୀ ବୈଠକ ଡାକିଲେ ନେପାଳ ସରକାର ।
ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଭାରତୀୟ ଥିଲେ । ୧୪ ଜଣ ବିଦେଶୀ ନାଗରିକ ଥିଲେ । ୫୩ ନେପାଳୀ ନାଗରିକ ଥିବା ଏୟାରପୋର୍ଟ ପକ୍ଷରୁ ସୂଚନା ।

LEAVE A REPLY

Please enter your comment!
Please enter your name here