ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା 44 ଡିଗ୍ରୀ ଟପିଛି । ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁରର ତାପମାତ୍ରା 44.4 ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ କରାଯାଇଛି । ଏହା ଚଳିତବର୍ଷ ରାଜଧାନୀର ସର୍ବୋଚ୍ଚ ଚାପମାତ୍ରା । ଝାରସୁଗୁଡା ତାପମାତ୍ରା 44.6 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ପଶ୍ଚିମ ଓଡିଶାର ଅଧିକାଂଶ ସହରର ତାପମାତ୍ରା ଆଜି 40 ଡିଗ୍ରୀ ଉପରେ ରହିଛି । ଏଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପଶ୍ଚିମ ଓଡିଶାରେ ଆଙୁରି ପାଞ୍ଚଦିନ ଲାଗି ରହିବ । ସେହିପରି ଉପକୂଳ ଓଡିଶାରେ ଆଉ ତିନିଦିନ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରଚଣ୍ଡ ତାତି ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତା ବଢୁଥିବା ବଢୁଥିବାରୁ ଗୁଳୁଗୁଳି ମଧ୍ୟ ହେଉଛି । ପାରାଦୀପରେ ସର୍ବାଧିକ 80 ପ୍ରତିଶତ ଆର୍ଦ୍ରତା ରହିଥିବା ବେଳେ ଭୁବନେଶ୍ବରରେ 39 ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି । ଆଉ କିଛିଦିନ ତାତି ପ୍ରକୋପ ବଳବତ୍ତର ରହିବା ସମ୍ଭାବନା ଥିବାରୁ 15ଟି ଜିଲ୍ଲାକୁ ପାଣିପାଗ ବିଭାଗ ଓ୍ବାଣିଂ ଜାରି କରିଛି । ସେହିସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ଦେବଗଡ. ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର ।

LEAVE A REPLY

Please enter your comment!
Please enter your name here