ପୁରୀରେ ଲଜ୍ଜ୍ୟା । ଝାଡେଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ପିଡୀତାଙ୍କ ବାପା ଏବଂ ମାଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରୁଛି । ସେପଟେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ତିନିଜଣ ଅଭିଯୁକ୍ତକୁ ଅଟକ ରଖାଯାଇଛି । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର କୁମାର ସେଠୀ । ପକ୍ସୋ ଆକଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ସୁଚନାଅନୁସାରେ, ଯୁବତୀ ଜଣକ ନିମାପଡାରୁ କୋଣାର୍କ ଯିବାର ଥିଲା । ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ଯୁବତିଙ୍କୁ ପୁରୀ ଆଣିଥିଲେ । ପୋଲିସ କ୍ୱାଟର୍ସରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ସେ । ଯୁବତୀ ଜଣକ ନିଜେ ଆସି ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ । ଏସପି ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଅଭିଯୋଗର ମାତ୍ର କେଇ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଧରିଥିଲା ପୋଲିସ । ଯୁବତୀ ଜଣଙ୍କ ଘର ଅସ୍ତରଙ୍ଗ ବେଗୁନିଆ ଅଞ୍ଚଳର । ସେ ଭୁବନେଶ୍ୱରରେ ରୁହନ୍ତି । ସେପଟେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ନାଁରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ରହିଛି । ସେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ ଏବଂ ଦେଢ ଶାଶୂକୁ ଦୁଷ୍କର୍ମ ଉଦ୍ୟମ ସହ ବ୍ରହ୍ମଗିରୀରେ ମଧ୍ୟ ଜଶେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବାନେଇ ଅଭିଯୋଗ ରହିଥିଲା । ପୂର୍ବରୁ ତାଙ୍କୁ ବହିଷ୍କାର କରାଯାଇଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁରୀ ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରାଯାଇଥିଲା । ରାଜ୍ୟ କଂଗ୍ରେସ ଭବନରୁ ଏକ ରାଲି ବାହାରି ନବୀନ ନିବାସ ଘେରାଉ ପାଇଁ ଯାଇଥିଲା। ଏହି ସମୟରେ କର୍ମୀମାନେ ହାତରେ କ୍ୟାଣ୍ଡେଲ ଧରି ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଶିଶୁ ଭବନ ଛକରେ ଆନ୍ଦୋଳନ କରିବା ସହ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ପୁଲିସ୍‌ କଂଗ୍ରେସ କର୍ମୀଙ୍କୁ ଅଟକାଇବା ସହ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here