ଚଦ୍ରାଂୟନ ୨ ବିକ୍ରମ୍ ଲ୍ୟାଣ୍ଡରର ସଂଧାନ ମିଳିିଛି । ଜୁଲାଇ ୨୨ରେ ଇସ୍ରୋ ପକ୍ଷରୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରାୟନ ୨ କୁ ଚନ୍ଦ୍ରପୃଷ୍ଠକୁ ପ୍ରେରଣ କରାଯାଇଥିଲା । ମାତ୍ର ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିବା ପାଇଁ ନିର୍ଦ୍ଧାରିତ ସମୟର କିଛି ସମୟ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନେ ବିକ୍ରମ ସହ କୌଣସି ଯୋଗାଯୋଗ ରଖିପାରି ନ ଥିଲେ । ସେପ୍ଟେମ୍ବର ୨୬ରେ ନାସା ଚନ୍ଦ୍ରପୃଷ୍ଠରେ ପଡିଥିବା କିଛି ଭଗ୍ନାବଶେଷର ଚିତ୍ର ପାଇଥିଲା । ତେବେ ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ମିଳିଥିବା ସଂପର୍କରେ ନାସା ଚେନ୍ନାଇର ଆଇଟି ବୈଜ୍ଞାନିକ ସାନମୁଗା ସୁବ୍ରମନିୟନଙ୍କୁ ଶ୍ରେୟ ଦେଇଛି । ସୁବ୍ରମନିୟନ ପ୍ରଥମେ ଟୁଇଟ୍ କରି ବିକ୍ରମ ଲ୍ୟାଣ୍ଡରର ସନ୍ଧାନ ମିଳିଥିବା ସଂପର୍କରେ ପ୍ରକାଶ କରିଥିଲେ । ଚନ୍ଦ୍ରାୟନ -୨ଯେଉଁଠାରେ କ୍ରାସ ହୋଇଥିଲା, ସେଠାରୁ ୭୫୦ ମିଟର ଦୂରରେ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ପଡିଥିବାର ସଙ୍କେତ ମିଳିଛି ଏବଂ ଦୀର୍ଘଦିନର ପରିଶ୍ରମ ପରେ ସେ ସଫଳତା ହାସଲ କରିଛନ୍ତି ବୋଲି ସୁବ୍ରମନିୟନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here