ବିହାରରେ ପୁଣି ଏନଡିଏ ସରକାର । ମୁଖ୍ୟମନ୍ତ୍ରୀ ହେବେ ଜେଡିୟୁ ସୁପ୍ରିମୋ ନୀତିଶ କୁମାର । କ୍ଷମତାରୁ ଅଳ୍ପ ଦୂରରେ ଅଟକିଗଲା ମହାଗଠବନ୍ଧନ । କରୋନା କାଳରେ ବିହାରବାସୀ ନିଜର ସରକାର ବାଛିଛନ୍ତି । ଲଗାତାର ଚତୁର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତିଶ କୁମାର । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଧୀନ ବିଜେପି ଓ ନୀତିଶଙ୍କ ନେତୃତ୍ୱଧୀନ ଜେଡିୟୁ ଉପରେ ଭରସା କରିଛନ୍ତି ବିହାର ଜନତା । ବିହାରରେ ମୋଟ ବିଧାନସଭା ଆସନ ହେଉଛି ୨୪୩ । ସରକାର ଗଢିବା ପାଇଁ ମ୍ୟାଜିକ୍ ନମ୍ବର ୧୨୨ । ୧୨୫ ଆସନ ପାଇଁ ସରକାର ଗଢିବ ଏନଡିଏ । ମହାଗଠବନ୍ଧନଙ୍କୁ ମିଳିଲା ମୋଟ୍ ୧୧୦ ଆସନ । ଏଲଜେପି ଗୋଟିଏ ଓ ଅନ୍ୟମାନେ ୭ଟି ଆସନରେ ସନ୍ତୁଷ୍ଟ । ବିଜୟ ପାଇଁ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

LEAVE A REPLY

Please enter your comment!
Please enter your name here