ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ଓ ସୁରକ୍ଷା କର୍ମଚାରୀ ଭିଡ ନିୟନ୍ତ୍ରଣରେ ବିଫଳ ହୋଇଥିଲେ । ଏଭଳି ସ୍ଥିତିରେ ବର୍ଷା ହେବାରୁ ଲୋକେ ଦଉଡିବା ଆରମ୍ଭ କରିଥିଲେ । ପଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟାରେ 11 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି । ଅନେକ ଛୋଟ ପିଲା ଅଣନିଶ୍ବାମୀ ହୋଇ ଅଚେତ ହୋଇଯାଇଥିଲେ । ଆହତମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି ।
ଟ୍ରଫି ଜିତିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆରସିବି ଟିମର ବିରାଟ କୋହଲି ଓ ଅନ୍ୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ପରେ ଷ୍ଟାଡିୟମରୁ ଏକ ବିଜୟ ଶୋଭାଯାତ୍ରା ବାହାରିବାର ଥିଲା । ଖେଳାଲିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ଅସମ୍ଭବ ଭିଡ ଲାଗି ରହିଥିଲା । ଅଚାନକ ପ୍ରବଳ ବର୍ଷା ପରେ ପରିସ୍ଥିତି ବିଗିଡି ଯାଇଥିଲା । ଲୋକେ ବର୍ଷାରୁ ରକ୍ଷା ପାଇବାକୁ ସୁରକ୍ଷିତ ଜାଗାକୁ ଯିବା ପାଇଁ ଚେଷ୍ଟା କରିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ତେବେ କର୍ଣ୍ଣାଟକ ସରକାରଙ୍କ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ପରିସ୍ଥିତି ଉପୁଜିଲା ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ।