ଆଗକୁ ଆସୁଛି ଭାଲେଣ୍ଟାଇନ ଡେ । ଭାଲେଣ୍ଟାଇନ ଡେକୁ ନେଇ ଯେତିକି ଉତ୍ସାହିତ ପ୍ରେମୀ ଯୁଗଳ, ସେତିକି ଯୋଜନା ତିଆରି କରିଛନ୍ତି ହ୍ୟାକର୍ । ଭାଲେଣ୍ଟାଇନ ଡେ ଅଫର ନାଁରେ ପ୍ରେମୀ ଯୁଗଳଙ୍କୁ ନଣ୍ଡା କରିବା ପାଇଁ ହ୍ବାଟ୍ସ ଆପରେ ଆସୁଛି ଫେକ୍ ମେସେଜ୍ । ଟାଟା ଗ୍ରୁପ୍, ହୋଟେଲ ତାଜ୍ ଭଳି ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ ଡେ ଅଫର ଦେଉଛନ୍ତି ବୋଲି ମେସେଜ ଆପଣଙ୍କ ମୋବାଇଲକୁ କେତେବେଳେ ବି ଆସିପାରେ । ଆଉ ଆପଣ ମାଗଣାରେ ହୋଟେଲ ତାଜରେ ରାତି କଟାଇବା ଖୁସିରେ ଯଦି ମେସେଜରେ ଥିବା ଲିଙ୍କକୁ କ୍ଲିକ କରନ୍ତି, ତେବେ ଆଉ ଗୋଟିଏ ପେଜ୍ ଖୋଲିବ । ଆଉ ସେଥିରେ ଆପଣଙ୍କୁ ବିଭିନ୍ନ ପ୍ରକାର ସୂଚନା, ଯେପରିକି ଆଧାର କାର୍ଡ, ଠିକଣା ଭଳି କିଛି ତଥ୍ୟ ଦେବାକୁ କୁହାଯିବ । ଆପଣ ତଥ୍ୟ ଦେବା ପରେ ସେସବୁ ହ୍ୟାକର ପାଖକୁ ପହଞ୍ଚିଯିବ । ତା ପରେ ଯାହା ହେବ, ଆପଣ ଚିନ୍ତା କରନ୍ତୁ । ତେଣୁ ଏମିତି ଭାଲେଣ୍ଟାଇନ ଡେ ଅଫର ଦେଖି ଆପଣ ଆଦୌ ଖୁସି ହୁଅନ୍ତୁ ନାହିଁ କି ସେଭଳି ଫେକ୍ ଲିଙ୍କକୁ କ୍ଲିକ କରନ୍ତୁ ନାହିଁ । ନ ହେଲେ ଆପଣଙ୍କ ଆକାଉଣ୍ଟ କେଉଁ ମୁହୂର୍ତ୍ତରେ ବି ଖାଲି ହୋଇଯିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here