ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତାକାଲି (ଶୁକ୍ରବାର) ଦିନ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଆଜି ମାଇକ ଯୋଗେ ଆଶ୍ରମ ପରିସର ଖାଲି କରିବାକୁ ଘୋଷଣା କରାଯାଇଥିଲା । ସରକାରୀ ଜମି ଉପରେ ନିର୍ମିତ ଆଶ୍ରମରେ ଶ୍ରୀଶ୍ରୀଶ୍ରୀ ସତ୍ୟଅନନ୍ତ ମାଧବଙ୍କ ଲୀଳାଖେଳାକୁ ନେଇ ବିବାଦ ସୃଷ୍ଟି ହେବା ପରେ ନାବାଳକ ବାବା ଓ ତାଙ୍କ ବାପା ଆଶ୍ରମ ପରିସରରୁ ବାହାରକୁ ଚାଲି ଯାଇଛନ୍ତି । ନିଜ ପୁଅକୁ ଶ୍ରୀବିଷ୍ଣୁଙ୍କ ଅବତାର, କଳକୀ ଅବତାର କହି ପ୍ରଚାର କରି ଭକ୍ତମାନଙ୍କୁ ଆକୃଷ୍ଟ କରୁଥିଲେ । ବିଭିନ୍ନ ସମୟରେ ଆଶ୍ରମରେ ଭକ୍ତମାନେ ଏକାଠି ହୋଇ ବାବାଙ୍କ ପାଦରେ ତୁଳସୀ ଦେବା ଘଟଣାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଆଶ୍ରମ ପରିସରରେ ଭାଣ୍ଡାମୀ ଚାଲିଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ସକ୍ରୀୟ ହୋଇଉଠିଥିଲା । ତେବେ ବିଡିଏ କର୍ତ୍ତୃପକ୍ଷଙ୍କ ଆଶ୍ରମ ଭଙ୍ଗାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଶ୍ରମ କର୍ତ୍ତୃପକ୍ଷ ହାଇକୋର୍ଟରେ ଆବେଦନ କରିବା ପରେ ଆସନ୍ତା ଡିସେମ୍ବର 12 ତାରିଖ ପର୍ଯ୍ୟନ୍ତ କୋର୍ଟ ରହିତାଦେଶ ଦେଇଛନ୍ତି ।