ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଆସନ୍ତା ୨୭ ତାରିଖରେ ମୋଦୀ ବ୍ରହ୍ମପୁର ଗସ୍ତ କରିବେ । ବ୍ରହ୍ମପୁରରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ହେବାକୁଥିବା ସେବା ପକ୍ଷ ସମାରୋହରେ ମୋଦୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏହି ଅବସରରେ ମୋଦୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେହି ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ବିଜେପି ସମଗ୍ର ଦେଶରେ ‘ସେବା ପକ୍ଷ’ ପାଳନ କରିବାକୁ ଯୋଜନା କରିଛି । ଏହି ସମୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ ପରେ ଏହା ମୋଦୀଙ୍କ ତୃତୀୟ ପରିଦର୍ଶନ ହେବ ।

LEAVE A REPLY

Please enter your comment!
Please enter your name here