ରାଜ୍ୟର କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍ । ଦିନକରେ ଆଉ ୪୩ ଆକ୍ରାନ୍ତଙ୍କର ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ନୟାଗଡ, ପୁରୀ, ବରଗଡରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭଦ୍ରକ, ଗଞ୍ଜାମ ଓ କଟକରୁ ୩ ଲେଖାଏଁ ମୃତ । ସେହିପରି ଢେଙ୍କାନାଳରୁ ୨, କେନ୍ଦୁଝର, ବାଲେଶ୍ୱରରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ମୟୂରଭଞ୍ଜ, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଛି । ଏହାସହିତ ରାଜ୍ୟରେ ପଜିଟିଭଟିି ହାର ୩ ହଜାର ଉପରେ ରହିଛି । ଆଜି ଚିହ୍ନଟ ହୋଇଛନ୍ତି ୩୩୧୯ ପଜିଟିଭ୍ । କଟକରୁ ୫୬୬, ଖୋର୍ଦ୍ଧାରୁ ୪୪୦, ଅନୁଗୁଳ-୧୧୬, ବାଲେଶ୍ୱର-୩୯୭, ଭଦ୍ରକରୁ ୧୬୩, ଜଗତସିଂହପୁର-୧୩୦, ଯାଜପୁର-୧୯୪, ମୟୂରଭଞ୍ଜ-୧୯୯ ଏବଂ ନୟାଗଡରୁ ୧୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here