ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ । ଆଜି ଭକ୍ତ ଭବବାନଙ୍କର ଅପୂର୍ବ ମିଳନ ହୋଇଥାନ୍ତା । ବଡଦାଣ୍ଡରେ କାଳିଆ ଆଖି ସହ ଆଖି ମିଶାଇ କେତେ ଅଭିମାନ କରିଥାନ୍ତା ଭକ୍ତଟିଏ । କିନ୍ତୁ ଚଳିତବର୍ଷ ବି ଭକ୍ତଶୂନ୍ୟ ହୋଇପଡିଛି ବଡଦାଣ୍ଡ । ବିଭିନ୍ନ ଗଣମାଧ୍ୟମ ଜରିଆରରେ ତିନିଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କଟକଣା ମଧ୍ୟରେ ପାଳନ ହେଉଛି ଦେବସ୍ନାନ ପୂର୍ଣ୍ଣିମା । ତେବେ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳୀ କରି ଶ୍ରୀଜିଉଙ୍କ ପହଣ୍ଡି କରାଯାଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ମହାବାହୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ବିଜେ କରିଥିଲେ। ମଙ୍ଗଳା ଆଳତୀ ହୋଇ ମଇଲମ, ତଡ଼ପ ଲାଗି, ଅଧର ପୋଛା, ଅବକାଶ ପରେ ବର୍ତମାନ ବେଶ ଶେଷ ହୋଇଛି।
ସ୍ନାନବେଦୀରେ ଶ୍ରୀଜିଉଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ। ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି। ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି।
୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍‌ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି।

LEAVE A REPLY

Please enter your comment!
Please enter your name here